ଭୁବନେଶ୍ୱର(ଆମ ଟିଭି): ଦିନକୁ ଦିନ ଚିନ୍ତା ବଢାଉଛି କରୋନା ସଂକ୍ରମଣ । କରୋନାର ନୂଆ ଭାରିଆଣ୍ଟକୁ ନେଇ ସବୁଠି ଏବେ ଚିନ୍ତା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି । ଦେଶରେ ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।