ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କୀ ମୃତ୍ୟୁ

0

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ କଡ଼ା ଯବାବ ଦେଲେ ଭାରତୀୟ ସୁରକ୍ଷା ବାହୀନି । ପାକିସ୍ତାନ ସୁରକ୍ଷା ବାହିନୀ ଖାଇବର ପାସ୍ତୁନଖ୍ବାର ଉତ୍ତର ୱାଜିରିସ୍ତାନ ଜିଲାରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ନ୍ୟୁଜ ଚ୍ୟାନେଲ, ଜିଓ ନ୍ୟୁଜ ସୂଚନା ଦେଇଛି ପାକ ସୁରକ୍ଷା ବାହିନୀ ଏକ ଗୁପ୍ତ ଅପରେଶନ ମାଧ୍ୟମରେ ଏହି କାର୍ୟ୍ୟ କରିଛନ୍ତି।

ପୋଲିସ ସୂଚନା ଦେଇଛି ଖାଇବର ପାସ୍ତୁନଖ୍ବା ଆଦିବାସୀ ଜିଲାରେ ହୋଇଥିବା ଅପରେଶନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
ମୃତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ସେନାର ମିଡିଆ ୱିଙ୍ଗ ରିପୋର୍ଟ କରିଛି ନିହତ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ବିରୋଧରେ ଅନେକ ଆତଙ୍କବାଦୀ କାର୍ୟ୍ୟକଳାପରେ ସକ୍ରିୟ ଥିଲେ ଏବଂ ଏକ ଉଚ୍ଚସ୍ତରୀୟ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ।

Leave A Reply

Your email address will not be published.