ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦିଆଗଲା ନିମନ୍ତ୍ରଣ

0

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ ଦିଆଯାଇଛି।

ଭାଜପା ନେତା ରା. ଅର୍ଜୁନମୂର୍ତ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତାଙ୍କୁ ନିମନ୍ତ୍ରଣ ପ୍ରତ୍ର ଦିଆଯାଉଥିବା ଦେଖାଯାଉଛି।
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏହି ପ୍ରାଣପ୍ରତିଷ୍ଠା କରାଯିବ। ଏହି କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.