ଭୁବନେଶ୍ୱର: କଠୋର ହେଲା ବିଏମସି । ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଏମିତି ଚେତାବନୀ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ରାଜଧାନୀକୁ ସଫା ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସଂଘ ସହ ବୈଠକ କରାଯାଇଛି ।
ବିଏମସି କମିଶନର କହିଛନ୍ତି, ଯଦି କେହି ରାସ୍ତା ଉପରେ କିମ୍ବା ଦୋକାନ ଆଗରେ ଅଳିଆ ଜମା କରନ୍ତି ବିଏମସି ଗାଇଡ ଲାଇନର ଉଲ୍ଲଂଘନ କରନ୍ତି କଠୋର କାର୍ୟ୍ୟାନୁଷ୍ଠାନ ନେବ ବିଏମସି । ସମ୍ପୃକ୍ତ ବ୍ୟକ୍ତି କିମ୍ବା ଦୋକାନୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ ।