ଓକିଲଙ୍କ ଉପରେ ହଠାତ ରାଗିଗଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ।ସୁପ୍ରିମକୋର୍ଟରେ ଆଜି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ମାମଲାର ଶୁଣାଣି ବେଳେ ଜନୈକ ଆଇନଜୀବୀଙ୍କ ଉପରେ ହଠାତ୍‌ ରାଗି ଯାଇଥିଲେ।

ଆବେଦନ ତାଲିକାଭୁକ୍ତ କରିବା ମାମଲାରେ କଥା କଟାକଟି ହେବାରୁ ସିଜେଆଇ ଚନ୍ଦ୍ରଚୂଡ଼ ଉକ୍ତ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅଦାଲତକୁ ଡରାଇବା ଓ ଧମକାଇବା ଚେଷ୍ଟା ବିରୋଧରେ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ। ଓକିଲ ଜଣକ ଯୁକ୍ତି ଆରମ୍ଭ କରିବାରୁ ପ୍ରଧାନ ବିଚାରପତି ତାଙ୍କୁ ପଚାରିଥିଲେ-‘ ଆପଣ ସାଧାରଣତଃ କେଉଁଠି ପ୍ରତିନିଧିତ୍ୱ କରନ୍ତି? ଆପଣ ଜାଣନ୍ତି ଆପଣ କେଉଁଠି ଛିଡ଼ା ହୋଇଛନ୍ତି। କ’ଣ ଆପଣ ପ୍ରତ୍ୟେକ ଥର ବିଚାରପତିଙ୍କ ପ୍ରତି ଏଭଳି ଚିତ୍କାର କରିଥାନ୍ତି? ଆପଣ ପ୍ରଥମେ ଆପଣଙ୍କ ସ୍ୱର କମାନ୍ତୁ।

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବଡ଼ ପାଟିରେ ଗର୍ଜନ କରି ଆମକୁ ଡରାଇପାରିବେ, ତା’ହେଲେ ଆପଣ ଭୁଲ୍‌ କରୁଛନ୍ତି। ଏଭଳି ଘଟଣା ୨୩ ବର୍ଷ ଭିତରେ ହୋଇନାହିଁ ଏବଂ ମୋର କ୍ୟାରିୟରର ଶେଷ ବର୍ଷରେ ମଧ୍ୟ ଏଭଳି ହେବନାହିଁ।’ ସିଜେଆଇ ଏହା କହିବା ଭିତରେ ବି ଉକ୍ତ ଓକିଲ ଜଣକ ତାଙ୍କ ଯୁକ୍ତି ରଖିବାକୁ ପ୍ରୟାସ କରିବାରୁ ସିଜେଆଇ କ୍ରୋଧିତ ହୋଇ କହିଥିଲେ-‘ଚୁପ୍‌, ଏକଦମ୍‌ ଚୁପ୍ ରୁହନ୍ତୁ।

Leave A Reply

Your email address will not be published.