ହମାସ-ଇସ୍ରାଏଲ ଯୁଦ୍ଧ: ଆମେରିକାର ଏୟାର ଷ୍ଟ୍ରାଇକରେ କମାଣ୍ଡର ଆବୁ ତାକୱା ନିହତ

0

ନୂଆଦିଲ୍ଲୀ(ଆମ ଟିଭି): ଏବେ ବି ଜାରି ରହିଛି ହମାସ-ଇସ୍ରାଏଲ ଯୁଦ୍ଧ । ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଇରାନର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଥମେ ତାଙ୍କ ଦେଶରେ ଆତଙ୍କବାଦୀ ଆକ୍ରମଣ ଏବଂ ପରେ ପଡୋଶୀ ଦେଶ ଇରାକରୁ ତାଙ୍କୁ ଆଉ ଏକ ଖରାପ ଖବର ମିଳୁଛି । ତାଙ୍କର ଜଣେ ବରିଷ୍ଠ କମାଣ୍ଡର ଇରାକରେ ପ୍ରାଣ ହରାଇଛନ୍ତି । ଆବୁ ତାକୱା ନାମକ ଏହି କମାଣ୍ଡରକୁ ଇରାନ ଆଖିବୁଜି ସମର୍ଥନ କରୁଥିଲା ।

ମାତ୍ର ଦୁଇ ଦିନ ପୂର୍ବେ ଘଟିଥିବା ଆତଙ୍କବାଦୀ ଆକ୍ରମଣର କ୍ଷତ ଶୁଖିନଥିବା ବେଳେ ଇରାନ ପୁଣି ଏକ ଜଖମ ପାଇଛି । ଏଥର ତାକୁ ଏ ଜଖମ ଦେଇଛି ଆମେରିକା । ପଡୋଶୀ ଦେଶ ଇରାକରୁ ଖବର ଆସିଛି ଯେ ଆମେରିକାର ଏକ ଏୟାର ଷ୍ଟ୍ରାଇକରେ ଜଣେ ମିଲିସିଆ କମାଣ୍ଡର ଆବୁ ତାକୱାଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଯେ ଆବୁ ତକୱା ପ୍ରତି ଇରାନର ପ୍ରଚଣ୍ଡ ସମର୍ଥନ ଥିଲା।

 

 

Leave A Reply

Your email address will not be published.