ଦ୍ରୌପଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଗାଁରୁ ଗଲେ ଭାଇ ଓ ଭାଉଜ, ଜାଣନ୍ତୁ ସାଥିରେ ନେଇଛନ୍ତି କଣ ?

0

ମୟୂରଭଞ୍ଜ (ଆମ ଟିଭି): ଆସନ୍ତା ୨୫ରେ ଅନୁଷ୍ଠିତ ହେବ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ। ଏହି କ୍ରମରେ ଶପଥ ନେବେ ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ତାଙ୍କ ସାନ ଭାଇ ଓ ଭାଉଜ । ଏଥିପାଇଁ ଭାଇ ତରଣୀସେନ୍ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁ ଆଜି ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ସାଥିରେ ଦ୍ରୌପଦୀଙ୍କ ପାଇଁ ଆରିସା ପିଠା ଓ ଗୁଡ଼ ପିଠା ନେଇଛନ୍ତି । ଦ୍ରୌପଦୀଙ୍କ ଭାଉଜ ନିଜେ ଏହି ପିଠା ପ୍ରସ୍ତୁତ କରିଛନ୍ତି । ଆରିସା ଓ ଗୁଡ ପିଠା ଦ୍ରୌପଦୀଙ୍କ ବେଶ୍ ପସନ୍ଦ । ତେଣୁ ତାଙ୍କ ପସନ୍ଦର ପିଠା ନେଇ ଯାଇଛନ୍ତି ଭାଉଜ । ଏହା ସହ ପାରମ୍ପରିକ ଆଦିବାସୀ ଝେଲ ଶାଢି ନେଇ ଯାଇଛନ୍ତି ।

ସବୁଠୁ ବଡ଼ କଥା ହେଇଛି ଏହି ଶାଢି ପିନ୍ଧି ଶପଥ ନେବେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ପରବର୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଅପେକ୍ଷା କରିଛି ରାଇସିନା ହିଲ । ସୋମବାର ଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ । ପାର୍ଲାମେଂଟର ସେଂଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା କରାଯାଉଛି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି । 

Leave A Reply

Your email address will not be published.