ନୂଆ ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” ର ଅଡିଓ ରିଲିଜ୍

0

ଭୁବନେଶ୍ୱର(ଆମ ଟିଭି): ଜେଜେଏନଜେ ବ୍ୟାନର ରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ କଟକ ସହରସ୍ଥିତ ନିଶାମଣି କନଭେନଶନ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଚଳଚ୍ଚିତ୍ର ର ଅଡିଓ ରିଲିଜ୍ ଅବସରରେ ଓଡ଼ିଆ ସିନେମା ଦୁନିଆ ର ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀ ଙ୍କ ସମେତ ଚଳଚ୍ଚିତ୍ର ର ପ୍ରଯୋଜକ ରୁପେଶ କୁମାର ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଅଭିନେତା ଆକାଶ ଦାସନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର । କାହାଣୀ ରେ ଯେମିତି ରହସ୍ୟ ରୋମାଞ୍ଚ ଭରିରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର l ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ l ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ l ସମ୍ପାଦନା ରାଜେଶ ଦାସ l କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫି ରେ ଲୁବୁନ ଟୁବୁନ,ଭିଏଫକ୍ସ ଦାୟିତ୍ବ ରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l ଅନ୍ୟାନ୍ୟ ଭୂମିକା ରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି l

ମୁଁ ଆସ୍ତେ ଆସ୍ତେ ଭିଜେ…. ଗୀତ ଟି ଦ୍ୱେତ କଣ୍ଠରେ ସ୍ୱୟଂ ପାଢ଼ୀ ଏବଂ ସୋହିନୀ ମିଶ୍ର ଗାଇଛନ୍ତି l ଅଧା ରହିଗଲା ପ୍ରେମ କାହାଣୀ ଗୀତଟି ବିଷ୍ଣୁ ମୋହନ କବି ଙ୍କ କଣ୍ଠରେ, ପ୍ରିୟାରେ ପ୍ରିୟା ରେ.. ମୃଣୟ ଙ୍କ ସହିତ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି, ଆଜି ଯଦି ପୋଛିବନି ଭକ୍ତି ଗୀତ ଟିକୁ ସତ୍ୟଜିତ ପ୍ରଧାନ ଓ ଶୁଭଲକ୍ଷ୍ମୀ ଦାଶ ,କୁନି କୁନି ଓଠ…. ବାସବଦତ୍ତା ଏବଂ ଲାଗେ ଲାଗେ.. ଗୀତଟି ମୃଣୟ ଙ୍କ ସହିତ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି l ଫିଲ୍ମ ଟିର ସମସ୍ତ ସୁଟିଂ କାର୍ଯ୍ୟ ଶେଷ ହୋଇ ଏବେ ପୋଷ୍ଟ ପ୍ରଡ଼କସନ କାମ ଜୋରସୋର ରେ ଚାଲିଛି l ଆସନ୍ତା ଫେବୃଆରୀ ଦ୍ଵିତୀୟ ସପ୍ତାହ ରେ ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି l

Leave A Reply

Your email address will not be published.