ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ

0

ନୂଆଦିଲ୍ଲୀ(ଆମ ଟିଭି): ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ । ଜାନୁଆରୀ ୩୧ରୁ ବସିବ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ୟ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ତେବେ ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ । ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ତେବେ ଏଥର ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ୍ କରାଯାଇପାରେ ବୋଲି ସୂଚନା ମିଳିଛଇ । ଏପରିକି ମୋଦୀ ସରକାର ଚାଷୀଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧି ଯୋଜନାର ଟଙ୍କାକୁ ଦ୍ୱିଗୁଣା କରିପାରେ ।

Leave A Reply

Your email address will not be published.