ନୂଆଦିଲ୍ଲୀ(ଆମ ଟିଭି): ଭାରତ-ମାଲଦ୍ୱୀପ-ମୋଦୀଙ୍କୁ ନେଇ ରାଜନୀତି ଏବେ ଚରମ ସୀମାରେ । ଭାରତ- ମାଳଦ୍ୱୀପ ବୈଠକ ଭିତରେ ପ୍ରତିକ୍ରିୟା ଦେଇଛନ୍ତି ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଅହମ୍ମଦ ଆଦିଭ୍ କହିଛନ୍ତି, ଭାରତ ସବୁବେଳେ ମାଳଦ୍ୱୀପକୁ ସହଯୋଗ କରିଥାଏ । କରୋନା ସମୟରେ ଭାରତ ଠାରୁ ଅନେକ ସହାୟତା ପାଇଛି ଆମ ଦେଶ । ମାଗଣା ଭ୍ୟାକସିନ୍, ଔଷଧ ଯୋଗାଇଛନ୍ତି ମୋଦୀ ସରକାର । ଆଉ ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଏଭଳି ଭାରତ ବିରୋଧୀ ପଦକ୍ଷେପ ଆଦୌ ଠିକ୍ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେବା ବି ଉଚିତ୍ ନୁହେଁ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ ।
ଦିନକୁ ଦିନ ଭାରତ –ମାଳଦ୍ୱୀପ ବିବାଦ ଘନେଇବାରେ ଲାଗିଛି । ଚୀନ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ସରକାରଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ନୂଆଦିଲ୍ଲୀ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁଇଜୁ କହିଛନ୍ତି, ଭାରତ, ମାଳଦ୍ୱୀପରେ ଅଧିକ ହସ୍ତକ୍ଷେପ କରୁଛି । ଭାରତର ହସ୍ତକ୍ଷେପ ମାଳଦ୍ୱୀପର ସାର୍ବଭୌମତ୍ୱ ପାଇଁ ବିବଦ ବୋଲି କହିଛନ୍ତି ମୁଇଜୁ । କେବଳ ସେତିକି ନୁହେଁ ନିଜ ଦେଶର ବିକାଶ ପାଇଁ ଚୀନ ଆଗରେ ହାତ ପତାଇଛନ୍ତି ମୁଇଜୁ ।