ବାଲେଶ୍ୱର(ଆମ ଟିଭି): ବାଲେଶ୍ୱର ଲୋକସଭା ଆସନରୁ ଲଢିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାକୁ ନେଇ କାହିଁ କେତେ ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏବେ ବାଲେଶ୍ବର ଗସ୍ତ ଅବସରରେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ମୁଁ ଲଢ଼ିବି ନାହିଁ, ଏଠାରେ ପ୍ରତାପ ନନା ଅଛନ୍ତି । ଅର୍ଥାତ ପ୍ରତାପ ଷଡ଼ଙ୍ଗୀ ଏଠାରେ ଅଛନ୍ତି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ । ଅଶ୍ଵିନୀଙ୍କ ବୟାନକୁ ନେଇ ଏବେ ସାରା ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅଶ୍ଵିନୀଙ୍କୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା କି ଅଶ୍ଵିନୀ ବାଲେଶ୍ବରରୁ ଲଢ଼ିବେ ବୋଲି । ଏକଥା ବାଲେଶ୍ଵର ରାଜନୀତି ସହିତ ପୁରା ରାଜ୍ୟରେ ଚର୍ଚ୍ଚା ହେଉଥିଲା । ବାଲେଶ୍ୱର ରେଳଷ୍ଟେସନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ରେଳମନ୍ତ୍ରୀ। ତା’ସହ ବାଲାଶ୍ୱର ପରିବର୍ତ୍ତେ ବାଲେଶ୍ୱର ଲେଖିବାକୁ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଝାଡେଶ୍ୱର ଶିବ ମନ୍ଦିରକୁ ଯାଇ ସେବା ପୂଜା କରିଥିଲେ।