କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ ପରେ କାଉଣ୍ଟର ଆଟାକ୍ କଲେ ପ୍ରଣବ ପ୍ରକାଶ ଦାସ

0

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କୁ କାଉଣ୍ଟର ଆଟାକ୍ କଲେ ପ୍ରଣବ ପ୍ରକାଶ ଦାସ । ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ, ଏବେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ । ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।

ଏଥିସହିତ କେନ୍ଦ୍ରମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ପ୍ରଣବ । ପ୍ରଥମଟି ହେଲା, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବି, ନିଜ ମାଟି ପାଇଁ ଗୋଟିଏ ବି ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କେନ୍ଦ୍ରମନ୍ତ୍ରୀ କରିନାହାନ୍ତି । ଅନ୍ୟପଟେ ଦକ୍ଷତା ବିକାଶ କେନ୍ଦ୍ରଟେ ମଧ୍ୟ ସ୍ଥାପନ କରିନାହାଁନ୍ତି । ସେହିପରି ଘଐ-୫୫ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି ବୋଲି ପ୍ରଣବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.