ଭୁବନେଶ୍ୱର(ଆମ ଟିଭି): ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯନ କାର୍ୟ୍ୟକ୍ରମର ଆୟୋଜନ । ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ସାଂସଦ ଅପରାଜିତା ଷଡଙ୍ଗୀ । କାର୍ୟ୍ୟକ୍ରମ ଅବସରରେ ରାଜ୍ୟର ସାଂପ୍ରତିକ ଗଭର୍ଣ୍ଣାନ୍ସକୁ ନାପସନ୍ଦ କଲେ । ରାଜ୍ୟରେ ପରିପକ୍ୱ ଗଭର୍ଣ୍ଣାନ୍ସ ମଡେଲ ଦିଶୁନାହିଁ ।
ଗଭର୍ଣ୍ଣାନ୍ସ ପାଇଁ ପରିପକ୍ୱତା ଲୋଡା, ଯାହା ଏଠି ଦିଶୁନାହିଁ । ଉଦାହରଣ ଅର୍ପଣ ରଥ, ନିଯୁକ୍ତି ଦୁର୍ନୀତି, ଆମସର ଆକ୍ଟ କଥା କହିଲେ । ଯିଏ ସରକାରଙ୍କୁ ଆଡଭାଇସ୍ ଦେଉଛନ୍ତି ତାଙ୍କୁ ପଦରୁ କାଢିଦେବା ଉଚିତ୍ ବୋଲି କହିଲେ ଅପରାଜିତା ।