ଇସ୍ରାଏଲ କେବେ ପଛଘୁଂଚା ଦେବ ନାହିଁ: ବେଞ୍ଜାମିନ ନେତନ୍ୟାହୁ

0

ନୂଆଦିଲ୍ଲୀ: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି । ହମାସ ଚରମପନ୍ଥୀ ସଂଗଠନକୁ ପାଲଟା ଜବାବ ଦେବାକୁ ଯାଇ ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ୪ ମାସ ହେଲାଣି ଏହି ଯୁଦ୍ଧ ବିରାମ ନେବାର ନାମ ହିଁ ନେଉ ନାହିଁ । ଗାଜା ଷ୍ଟ୍ରିପରୁ ହମାସର ଆକ୍ରମଣ ପରେ ଇସ୍ରାଏଲ ହମାସ ସଂଗଠନକୁ ଆମୂଳ ଶେଷ ନ କଲା ଯାଏଁ ଯୁଦ୍ଧ ସାରିବ ନାହିଁ ବୋଲି ଜଣାଇ ଦେଇଛି । ହେଲେ ଏହି ଯୁଦ୍ଧର ବିଭିଷିକାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ବ୍ୟାପକ କ୍ଷତି ତଥା ଧନ ଜୀବନ ହାନି ହେବା ସହ କୌଣସି ସମାଧାନର ସୂତ୍ର ମଧ୍ୟ ମିଳୁ ନାହିଁ ।

ଏହା ମଧ୍ୟରେ ନେଦରଲ୍ୟାଣ୍ଡ ହେଗସ୍ ସ୍ଥିତ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ୍ ସାଉଥ ଆଫ୍ରିକାର ଅଭିଯୋଗକୁ ଗ୍ରହଣ କରିବା ସହ ଇସ୍ରାଏଲର ଏହି କାର୍ୟ୍ୟକଳାପକୁ ଗଣହତ୍ୟା ବୋଲି ଘୋଷଣା କରିଛି ଓ ଯଥା ଶୀଘ୍ର ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏମିତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅର୍ଡର ସାମ୍ନାକୁ ଆସିବା ପରେ ଏହାକୁ ଗଣ ହତ୍ୟା ବୋଲି ବିବେଚନା କରିବା କରିବା ସମ୍ପୁର୍ଣ୍ଣ ଭୁଲ ଓ ଅପମାନ ଜନକ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି କୌଣସି ସାଧାରଣ ଲୋକ ଏହାକୁ ସହଜରେ ଗ୍ରହଣ କରିବ ନାହିଁ । ଏହି ଯୁଦ୍ଧକୁ ଗଣହତ୍ୟାର ନାମ ଦେବା ଭୁଲ । ନିଜ ଦେଶର ସୁରକ୍ଷା ପାଇଁ ସେ ହମାସର ଆତଙ୍କବାଦକୁ ମୂଳପୋଛ କରିବାକୁ ଚାହୁଁଛନ୍ତି । ଏଥି ପାଇଁ ଇସ୍ରାଏଲ କେବେ ପଛଘୁଂଚା ଦେବ ନାହିଁ ।

Leave A Reply

Your email address will not be published.