ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଚଳିତ ବର୍ଷ ୨ କୋଟି ୨୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ କରିଛନ୍ତି ପଞ୍ଜିକରଣ

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ଗତ ୬ ବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ୟ୍ୟକ୍ରମ ପାଇଁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପଞ୍ଜିକରଣ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ବର୍ଷ ୨ କୋଟି ୨୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ପରୀକ୍ଷା ଉପରେ ଆଲୋଚନା ପାଇଁ ପଞ୍ଜିକରଣ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଏହା ଦର୍ଶାଉଛି ଯେ ଦେଶର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି।

ପରୀକ୍ଷା ଉପରେ ଆଲୋଚନାର ସପ୍ତମ ପର୍ୟ୍ୟାୟ ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆୟୋଜିତ ହେବ। ଚଳିତ ବର୍ଷ ପ୍ରାୟ ତିନି ହଜାର ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ମୁଖ୍ୟ କାର୍ୟ୍ୟକ୍ରମ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦୁଇଜଣ ଛାତ୍ର ଏବଂ ଶିକ୍ଷକ ତଥା କଳା ଉତ୍ସବର ବିଜେତାମାନଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.