ରଥଯାତ୍ରା ସମୟରେ ଖୋଲାଯିବ ରତ୍ନଭଣ୍ଡାର

0

ଭୁବନେଶ୍ୱର(ଆମ ଟିଭି): ବିଧାନସଭାରେ ପୁଣି ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ଆଜି ପୁଣିଥରେ ଆଇନ୍ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦାସରଥୀ ଗମାଙ୍ଗ । କେବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲାହେବ? କେବେ ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ହିସାବ ନିକାଶ କରାଯାଇ ରତ୍ନଭଣ୍ଡାର ମରାମତି ହେବ ସେନେଇ ପ୍ରଶ୍ନ କରିଥିଲେ ଦାସରଥୀ ଗମାଙ୍ଗ । ଯାହାର ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ ।

ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ ଥିବାରୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ଟିମ ରତ୍ନଭଣ୍ଡାରକୁ ପ୍ରବେଶ କରି ମରାମତି କଲେ ଶ୍ରୀଜୀଉଙ୍କର ନୀତି ଓ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହେବ । ଏ କଥା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେଇଥିଲା ।

Leave A Reply

Your email address will not be published.