ଅପେକ୍ଷାର ହେଲା ଅନ୍ତ। ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର
କରୋନାର ପ୍ରଭାବ ସବୁ ସ୍ତରକୁ ପ୍ରଭାବିତ କରିଥିବା ବେଳେ ଓଲିଉଡ ଇଣ୍ଡଷ୍ଟ୍ରି ଏଥିରୁ ବାଦ୍ ପଡ଼ିବ କେମିତି। ଦୀର୍ଘ ୧.୫ ବର୍ଷ ପରେ ରିଲିଜ୍ ହୋଇଛି ଓଡ଼ିଆ ପାରିବାରିକ ଫିଲ୍ମ ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର।ଅପ୍ରେଲ ୧ ରେ ଉତ୍କଳ ଦିବସ ଉପଲକ୍ଷେ Esplanade – Cinepolis ରେ ସମସ୍ତ ମିଡିଆ ଓ କ୍ରିଉ ମେମ୍ବର୍ସଙ୍କୁ ନେଇ ଫିଲ୍ମଟି ରିଲିଜ୍ ହୋଇଛି।
ଓଡ଼ିଶାରେ Cinepolis ସହ ମୋଟ ୨୨ଟି ସିନେମା ହଲରେ ଏହା ରିଲିଜ୍ ହୋଇଛି। DN-Regalia, Inox (BBSR), Brundabana (CTC) ଓ Payal (Berhampur) ରେ ଏହି ମୁଭିଟି ଦର୍ଶକଙ୍କ ସାମ୍ନାକୁ ଆସିଛି।
ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରଞ୍ଜିତ ବାରିକ ରହିଥିବା ବେଳେ ପ୍ରଯୋଜନା କରିଛନ୍ତି ବଦ୍ରିନାଥ ପଟ୍ଟନାୟକ। ସେହିପରି ଫିଲ୍ମର ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଏବଂ ଗୀତକୁ ଗାଇଛନ୍ତି ଓଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସ୍ଵୟଂ ପାଢ଼ୀ, ଇରା ମହାନ୍ତି, ରୋଜାଲିନ, ରିଙ୍କି ଓ ନେହା। ଫିଲ୍ମରେ ୨ଅଭିନେତ୍ରୀ ମହିମା ଓ ଅଙ୍କିତା ଙ୍କ ସହ ଅଭିଷେକ ରଥ ଲିଡ୍ ରୋଲ୍ ରେ ନଜର ଆସିଛନ୍ତି। ତେବେ ଫିଲ୍ମଟି ବନସ୍ୱର୍ଣ୍ଣ ଟେଲିଭିଜନ ପ୍ରାଏଇଭେଟ ଲିମିଟେଡ଼ ବ୍ୟାନର ରେ ତିଆରି କରାଯାଇଛି।
