ନୂଆଦିଲ୍ଲୀ(ଆମ ଟିଭି): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡିରେ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ମୁଁ ୧୨/୦୨/୨୦୨୪ ଦିନ ମଧ୍ୟାହ୍ନରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ମୋର ଇସ୍ତଫା ଦେଉଛି।
ଚୋୖହ୍ୱାନଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅପେକ୍ଷା କରିବେ ଏବଂ କ’ଣ ହେବ ଦେଖିବା ପାଇଁ କହିଛନ୍ତି।