ଏକ ଭିନ୍ନ ଧରଣର ନିଛକ ପ୍ରେମ କାହାଣୀକୁ ଆଧାର କରି ଗଢିଉଠଛି ନୂଆ ଚଳଚ୍ଚିତ୍ର “ଏଇ ବୋଧେ ଭଲ ପାଇବା” । ଓଡିଶାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ ହୋଇଛି । ପ୍ରଥମଥର ପାଇଁ ଅଭିନେତା ଦୀପକ ଓ ଅଭିନେତ୍ରୀ ଅନୁଭାଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମର ପିକ୍ଚରାଇଜେସନ ସରିଥିଲାବେଳେ ଏହାର ଗୀତଗୁଡିକ ଏବେ ଯାଜପୁର, ଚଣ୍ଡିଖୋଲ, ଚିଲିକା ଓ ଭୁବନେଶ୍ୱରର ମନୋରମ ସ୍ଥାନରେ ସୁଟିଂ ଚାଲିଛି । ସୁଟିଂ ସହ ଏଡିଟିଂ ମଧ୍ୟ ଚାଲିଥିବା ପିପୁଲ୍ସ ଡାଇରେକ୍ଟର ସୁଧାକର ବସନ୍ତ ଜଣାଇଛନ୍ତି ।

କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସନର ପ୍ରଥମ ଅବଦାନରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଆଲେକଜାଣ୍ଡର ଦାସ ଓ ସିଦ୍ଧାର୍ଥ ପାତ୍ର । ରାଜ୍ୟ ସଂସ୍କୃତି ସଚିବ ରଂଜନ କୁମାର ଦାସଙ୍କ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଂଜନ । ସେହିଭଳି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ରଂଜନ ଦାସ । କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ ।
ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କୁନା ତ୍ରିପାଠୀ, ସରୋଜ ଦାସ, ପ୍ରତିଭା ପଣ୍ଡା, ନନ୍ସେନ୍ସ ମଣି, ବନ୍ଦନା ଓ ମଧୁ ପ୍ରମୁଖ । ଚଳଚ୍ଚିତ୍ରର ସୁଟିଂ ରାଜ୍ୟ ସରକାରଙ୍କ ପ୍ରଦତ୍ତ କୋଭିଡ ଗାଇଡ୍ ଲାଇନ୍ ଅନୁସାରେ ଚାଲିଥିବା ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ।