ନିସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ବାର୍ଷିକ ଉତ୍ସବ- ପ୍ରତିଭା 2024

0

ଛତାଵର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ 2024 ମହାସମାରୋହରେ ପାଳିତ ହୋଇଛି । ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ମାନ୍ୟବର ସଦସ୍ୟ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଖୋର୍ଦ୍ଧା ବିଧାୟକ ତଥା ଚିଫ୍ କାମାଣ୍ଡାଣ୍ଟ ଇଣ୍ଟରନେସନାଲ ଗ୍ରୀନ ଆର୍ମି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ଏନ ଆଇଏସଏସ ଗ୍ରୁପ୍‌ ଅଫ୍ ଇନଷ୍ଟିଚ୍ୟୁସନ୍‌ର ଚେୟାରମ୍ୟାନ୍ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ, ଅନୁଷ୍ଠାନର ସହ-ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ପ୍ରଖ୍ୟାତ ଚଳଚ୍ଚିତ୍ର କଳାକାର ଶ୍ରୀ ସୁକାନ୍ତ କୁମାର ରଥ, ମିଷ୍ଟର ଆଶୀଷ ଦାସ ଗୁଲୁଆ ହାସ୍ୟ କଳାକାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଯୁବ ଇଞ୍ଜିନିୟରମାନଙ୍କର ଭୂମିକା ଏବଂ ପାରଦର୍ଶିତା ଉପରେ ଏକ ସଂକ୍ଷିପ୍ତ ଭାଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ରାୟ, ଭାଇସ ପ୍ରିନସିପାଲ ମୃତ୍ୟୁଞ୍ଜୟ ସେନାପତି, ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଲୋକନାଥ ଓଝାଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ। ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚଇନି କହିଛନ୍ତି।

Leave A Reply

Your email address will not be published.