ଓଡ଼ିଶାରେ ନିର୍ବାଚନ ଲଢିବ ଆପ୍‌: ଅରବିନ୍ଦ କେଜରିୱାଲ ଓଡ଼ିଶା ଆସିବେ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି। ଭାଜପା ଓ ବିଜେଡି ମେଣ୍ଟ ହେବ ବୋଲି କୁହାଯାଉଛି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ବିଜେଡିକୁ କବ୍‌ଜାକୁ ନେଇଯାଇଛି ଭାଜପା। ଇଡିକୁ ପ୍ରୟୋଗ କରି ବିଜେଡିକୁ ଡରେଇ ଧମକେଇ ଭାଜପା ମେଣ୍ଟ କରାଇବାକୁ ବାଧ୍ୟ କରୁଥିବା ସବୁଆଡ଼େ ଚର୍ଚ୍ଚା ହେଉଛି। ଓଡ଼ିଶାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ବହୁ ନେତାଙ୍କ ଫୋନ ଆସୁଛି, ଆପ୍‌ ଓଡ଼ିଶାକୁ ଆସୁ। ଅରବିନ୍ଦ କେଜରିୱାଲ ଓଡ଼ିଶା ଆସିବେ। ଓଡ଼ିଶାରେ ନିର୍ବାଚନ ଲଢିବ ଆପ୍‌। ଯେଉଁ ନେତାମାନେ ଆପ୍‌ରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନେ ଆସନ୍ତୁ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟସଭା ସଦସ୍ୟ ତଥା ଆମ୍‌ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ସନ୍ଦୀପ ପାଠକ ଶନିବାର ଲୋହିଆ ଏକାଡେମୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୫ ବର୍ଷ ହେଲା ଲୋକମାନେ ବହୁତ ଆଶା ରଖି ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଜିତାଉଛନ୍ତି। କିନ୍ତୁ ଭୋଟ ପାଇବା ପରେ ସେ ଅଫିସରଙ୍କ କୋଳରେ ବସି ଯାଉଛନ୍ତି। ଏଭଳି ସ୍ଥଳେ ପରିବର୍ତ୍ତନ ଦରକାର ବୋଲି ପାଠକ କହିଛନ୍ତି। ଦିଲ୍ଲୀ କ୍ୟାଣ୍ଟ ଆପ୍‌ ବିଧାୟକ ବୀରେନ୍ଦ୍ର ସିଂ କାଡ଼ିଆନ୍‌ ମଧ୍ୟ ଉପସ୍ଥିତ ଥିଲେ। ଆପ୍‌ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ୧୦ରୁ ୧୫ଦିନ ମଧ୍ୟରେ କେଜରିୱାଲ ଓଡ଼ିଶା ଆସିବେ। ଓଡ଼ିଶାରୁ ଆପ୍‌ରେ ପ୍ରାର୍ଥୀ ଲଢ଼ିବେ। ମାତ୍ର କେତେ ଲଢ଼ିବେ ସ୍ଥିର କରିନୁ।

Leave A Reply

Your email address will not be published.