ରାଜ୍ୟସଭାରେ ନେତୃତ୍ଵ ବଦଳାଇଲା ବିଜେଡି: ସସ୍ମିତ ସଂସଦୀୟ ଦଳ ନେତା, ସୁଲତା ମୁଖ୍ୟ ସଚେତକ
ଭୁବନେଶ୍ବର (ଆମ ଟିଭି): ରାଜ୍ୟସଭାରେ ବିଜେଡିର ନେତୃତ୍ଵ ବଦଳାଇଲେ ଦଳର ସୁପ୍ରିମୋ। ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କୁ ନୂଆଦାୟିତ୍ୱ ଦେଲା ବିଜେଡ । ରାଜ୍ୟସଭା ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି ସସ୍ମିତ । ସେହିଭଳି ସୁଲତା ଦେଓ ବିଜେଡି ମୁଖ୍ୟ ସଚେତକ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ନୂଆ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସଂସଦୀୟ ଦଳ ନେତା ଥଲେ । ତାଙ୍କ ଅବସର ପରେ ସସ୍ମିତ ପାତ୍ରଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି ।