କେଜ୍ରିୱାଲଙ୍କ ବାର୍ତ୍ତା ପଢ଼ିଲେ ପତ୍ନୀ

0

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଅଛନ୍ତି। ପଚରାଉଚରା କରିବା ପାଇଁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ତାଙ୍କୁ ରିମାଣ୍ଡରେ ନେଇଛି। ତେବେ ୟା ଭିତରେ ସେ ଆମ୍‌ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା, ଦିଲ୍ଲୀବାସୀ ତଥା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପଠାଇଛନ୍ତି। ତାଙ୍କର ଏହି ବାର୍ତ୍ତାଙ୍କୁ ତାଙ୍କ ପତ୍ନୀ ପଢ଼ି ଶୁଣାଇଥିବା ବେଳେ ଆପ୍ ପକ୍ଷରୁ ଏହାକୁ ସୋଶାଲ୍ ମିଡିଆରେ ପୋଷ୍ଟ କରାଯାଇଛି।

ଏହି ବାର୍ତ୍ତାରେ ସେ ନିଜକୁ ଲୁହା ଭଳି ଶକ୍ତିଶାଳୀ କହିବା ସହିତ କୌଣସି ଜେଲ ତାଙ୍କୁ ଅଧିକ ଦିନ ରଖିପାରିବନି ବୋଲି କହିଛନ୍ତି। ତା’ସହିତ ତାଙ୍କୁ ଗିରଫ କରାଯାଇଥିବା ଯୋଗୁ ବିଜେପି ଲୋକଙ୍କୁ ଘୃଣା ନ କରିବା ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ।

କେଜ୍ରିୱାଲ ତାଙ୍କ ବାର୍ତ୍ତାରେ କହିଛନ୍ତି,“… ମୁଁ ଭିତରେ ରହେ କି ବାହାରେ, ସବୁବେଳେ ଦେଶର ସେବା କରିବି। ମୁଁ ସଂପୂର୍ଣ୍ଣ ଭାବେ ଦେଶ ପାଇଁ ସମର୍ପିତ। ମୁଁ ସଂଘର୍ଷ କରିବାକୁ ହିଁ ଜନ୍ମ ହୋଇଛି। ଆଜି ପର୍ଯ୍ୟନ୍ତ ମୁଁ ବହୁତ ସଂଘର୍ଷ କରିଛି। ଆଗକୁ ବି ମୋ ଜୀବନରେ ବଡ଼ ବଡ଼ ସଂଘର୍ଷ ରହିଛି। ତେଣୁ ଏହି ଗିରଫଦାରୀ ମୋତେ ଚକିତ କରି ନାହିଁ।

Leave A Reply

Your email address will not be published.