ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସକୁ ଗୁଡ୍ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ । ଗୁରୁବାର ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଗୌରବ ବଲ୍ଲଭ ଦଳ ଛାଡିବାର କାରଣ ମଧ୍ୟ କହିଛନ୍ତି । ଗୌରବ ବଲ୍ଲଭଙ୍କ କହିବା କଥା, ସେ ସନାତନ ବିରୋଧୀ ନାରା ଦେଇପାରିବେନି, ଏବଂ ଦିନ ରାତି ଗାଳି ଦେଇପାରିବେନି । ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ।
ଗୌରବ ବଲ୍ଲଭ କଂଗ୍ରେସ ଅଧ୍ୟକ୍ଷଙ୍କ ପାଖକୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଭାବୁକ ଅଛି, ମନ ବ୍ୟଥିତ ଅଛି । ଅନେକ କିଛି କଥା କହିବାକୁ ଅଛି, ଲେଖିବାକୁ ଅଛି । ହେଲେ ମୋ ସଂସ୍କାର ସେମିତି କିଛି ବି କହିବାକୁ ମନା କରୁଛି, ଯେଉଁଥିରେ ଅନ୍ୟମାନଙ୍କୁ କଷ୍ଟ ହେବ । ତଥାପି ଆଜି ମୋ କଥାକୁ ଆପଣଙ୍କ ସମ୍ମୁଖରେ ରଖୁଛି । ମୋତେ ଲାଗୁଛି ସତକୁ ଲୁଚାଇବା ବି ଅପରାଧ, ଆଉ ମୁଁ ସେ ଅପରାଧର ଭାଗିଦାରୀ ହେବାକୁ ଚାହୁଁନି ।