ଓଡ଼ିଆ ଚଳଚ୍ଚିତ୍ର “ଅପରେସନ୍ ୧୨/୧୭” କୁ ପଚାଶ ଦିନ ପୁରିଲା*
ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ରେ ନିର୍ମାଣ ହୋଇଥିବା ସିନେମା “ଅପରେସନ୍ ୧୨/୧୭ ସାଇ ଶରଣ°”” କୁ ପ୍ରେକ୍ଷାଳୟରେ ୫୦ ଦିନ ପୂର୍ତ୍ତି ହୋଇଛି l ଭଲ ସିନେମା ପ୍ରତି ଦର୍ଶକ ଙ୍କ ମନରେ ଢେର ଆଗ୍ରହ ରହିଥିବାରୁ ଆଜି ମଧ୍ୟ ସିନେ ଦର୍ଶକଙ୍କ ସୁଅ ଛୁଟିଛି l କଟକ ସ୍ଥିତ ବୃନ୍ଦାବନ ସିନେମା ହଲ୍ ରେ ସିନେମାର ପୁରା ଟିମ୍ ଦର୍ଶକଙ୍କ ସହିତ ମିଶି ପଚାଶ ଦିନ ପୂର୍ତ୍ତି ଅବସରରେ କେକ୍ କାଟି ଖୁସି ମନେଇଛନ୍ତି l
ଏହି ସ୍ୱତନ୍ତ୍ର ଖୁସି ଉପଲକ୍ଷେ ପୁରା ଟିମ୍ ସହିତ ଓଲିଉଡ଼ ର ଅନେକ ନାମୀ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଯୋଗ ଦେଇଥିଲେ l ଫିଲ୍ମ ର ଗୀତଗୁଡିକୁ ଢେର ଭଲ ପାଇବା ଦେଇଥିଲେ l ପ୍ରିମିଅର ଶୋ’ ରେ ଦର୍ଶକ ପୁରା ଫିଲ୍ମ ଟି ଦେଖି ଛଳ ଛଳ ଆଖିରେ ହଲ୍ ଭିତରୁ ବାହାରୁଥିବା ଦେଖିବାକୁ ମିଳିଥିଲା l ଗୋଟିଏ ଭଲ ସିନେମା ଦର୍ଶକଙ୍କୁ ଭେଟି ଦେବାକୁ ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକଙ୍କ ସ୍ବପ୍ନ ପୁରା ହୋଇଛି ବୋଲି ଏଥିରୁ ସ୍ପଷ୍ଟ ଜଣା ପଡିଥିଲା l
“ଅପରେସନ ୧୨/୧୭” ଏକ ବିଗ୍ ବଜେଟ ର ସିନେମା ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ l କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ l ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ l କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ଋତୁରାଜ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ l
ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଙ୍କ ନିର୍ଦ୍ଦେଶନା ରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିଛି l ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ଗୋଟିଏ ଶିଶୁ ର ମାଆ ଭୂମିକା ରେ ଅଭିନୟ କରି ନିଜର ଅଭିନୟ ର ଯାଦୁ ଦେଖାଇଛନ୍ତି l ଶ୍ରେୟାନ୍ ନାୟକ ଭାବେ ଦର୍ଶକ ଙ୍କୁ ତାଙ୍କ ଚମତ୍କାର ଅଭିନୟ ରେ ଅଭିଭୂତ କରିଥିଲେ l ଅନେକ ଧାରାବାହିକ ତଥା ଚଳଚ୍ଚିତ୍ର ରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍ ୧୨/୧୭ରେ ଏକ ଭିନ୍ନ ଚରିତ୍ର ରେ ଅଭିନୟ କରିବା ସହ ଲାଇନ୍ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି। ଚୌଧୁରୀ ଜୟପ୍ରକାଶ ଦାସ,ପଙ୍କଜ ମହାନ୍ତି, ଉମାକାନ୍ତ ପାଣି,ପ୍ରଶାନ୍ତ ପାତ୍ର, ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ ବିଜିତ ବାରିକ୍, ଲୋପାମୁଦ୍ରା,ତ୍ରିଷ୍ଣା, ବିଷ୍ନୁପ୍ରିୟା, ସୋନାଲୀ, ସୁଜାତା (ଛୋଟ କଳାକାର କିୟାର, କୋମଲ) ପ୍ରମୁଖ ଅଭିନୟ କରିଛନ୍ତି l ଏହି ଚଳଚ୍ଚିତ୍ର ର କ୍ରିଏଟିଭ୍ ହେଡ୍ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ। ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଓଡିଆ ଦର୍ଶକଙ୍କୁ ଏକ ଭଲ ମୌଳିକ କାହାଣୀ ର ଫିଲ୍ମ ଭେଟି ଦେବାରେ ଅମର ମହାପାତ୍ର ସଫଳ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି l