ପୁଣି ନିରାଶ ହେଲେ ସୋରେନ

0

ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ ସଂସ୍କାର ଏବଂ ଶ୍ରାଦ୍ଧରେ ସାମିଲ ହୋଇପାରିବେ ନାହିଁ। ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି କୋର୍ଟ।

ଏପ୍ରିଲ ୨୭ରେ ହେମନ୍ତଙ୍କ ବଡ଼ବାପାଙ୍କ ଦେହାନ୍ତ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କ ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୧୩ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ସେ କହିଥିଲେ । ତେବେ କୋର୍ଟରେ ଶୁଣାଣି ବେଳେ ଇଡି ଏହାକୁ ବିରୋଧ କରିଥିଲା। ଶେଷରେ ଏହି ଆବେଦନର ଶୁଣାଣି କରି ରାଞ୍ଚିର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଫଳରେ ସେ ଆଉ ନିଜ ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ।

 

ପ୍ରକାଶ ଯେ, ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ପ୍ରାୟ ୩ ମାସ ହେଲା ନ୍ୟାୟିକ ହେପାଜତରେ ଅଛନ୍ତି।

Leave A Reply

Your email address will not be published.