ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ଵର (ଆମ ଟିଭି):  ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜେଡିର ଇସ୍ତାହାରରେ ନୂଆ କିଛି ନାହିଁ । ବିଜେପିର ଇସ୍ତାହାରକୁ କିଛିଟା କପି କରିଛନ୍ତି । ୨୪ ବର୍ଷ ପରେ ବି ଲୋକେ କାମ କରିବା ପାଇଁ ଘର ଛାଡୁଛନ୍ତି । ଚାଷ ଜମିକୁ ପାଣି ପହଞ୍ଚିିନାହିଁ ।

ଶୀତଳ ଭଣ୍ଡାର ନାହିଁ । ଏନସିଆରବି ରିପୋର୍ଟରେ ଓଡ଼ିଶାର ମହିଳା ସବୁଠୁ ଅଧିକ ନିର୍ଯାତିତ । ଏବେ ବି ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ପଦବୀ ଖାଲି ପଡ଼ିଛି । ବିଜେଡିର ଇସ୍ତାହାର ଫମ୍ପା ପ୍ରତିଶ୍ରୁତି । ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.