କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଅଗଷ୍ଟ ୧୫ ପର୍ଯ୍ୟନ୍ତ ବିନା ପ୍ରବେଶ ଫିରେ ବୁଲିପାରିବେ ସମସ୍ତ ଐତିହ୍ୟ, ସ୍ମାରକୀ, ସଂଗ୍ରହାଳୟ
ନୂଆଦିଲ୍ଲୀ(ଆମ ଟିଭି): ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ୍ରିରଙ୍ଗାମୟ ହେଉଛି ସୋସିଆଲ ମିଡିଆ। ଆଗକୁ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଉତ୍ସବ ପାଳନ ହେବ। ଯାହାକି ଅଗଷ୍ଟ ୧୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ । ଏଭଳି ସମୟରେ କେନ୍ଦ୍ର ସରକାର ଲୋକଙ୍କୁ ଏହି ଉତ୍ସବରେ ଯୋଡିବାକୁ, ସେମାନଙ୍କ ଭିତରେ ଦେଶପ୍ରମ ଭାବନା ଜାଗ୍ରତ କରିବାକୁ ବଡ ଘୋଷଣା କରିଛନ୍ତି ।
ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାରକୀ, ସଂଗ୍ରହାଳୟ ଓ ପୁରାତନ କିର୍ତ୍ତିରାଜି ସ୍ଥଳକୁ ପ୍ରବେଶ ଫି’ ଫ୍ରି ଘୋଷଣା କରିଛି । ଏନେଇ ଏଏସଆଇର ସ୍ମାରକ ନିର୍ଦ୍ଦେଶକ ଡ.ଏନ କେ ପାଠକଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।