ଆସନ୍ତା ୫ରୁ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

0

ଭୁବନେଶ୍ୱର(ଆମ ଟିଭି ): ଆସନ୍ତା ୫ରୁ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଏହାସହ ରାଜଭବନ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବଢିଛି। ଖାଦ୍ୟ ସାମଗ୍ରୀରେ GST ଲଗାଇଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଏହାକୁ ବିରୋଧ କରି ଆସନ୍ତା ୫ତାରିଖରୁ ସାର ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି  କହିଛନ୍ତି।ସେହିପରି ଦରବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି।  ଦରବୃଦ୍ଧି ଜାତୀୟ ସମସ୍ୟା । ଇନ୍ଧନ ରେଟ୍ ବଢୁଥିବାରୁ ପରିବହନ ରେଟ୍ ବଢୁଛି । ଥରେ ବଢ଼ିଲେ ଆଉ ଖସୁନି । ଚାହିଦା ଓ ଯୋଗାଣ ଭିତରେ ଅଧିକ ପ୍ରଭେଦ ରହୁଛି ।

କୋଭିଡ୍ ପରେ ଖାଦ୍ୟ ସାମଗ୍ରୀର ଚାହିଦା ବଢୁଛି । ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ରହିଛି । ତେବେ ରାଜ୍ୟ ଯୋଗାଣ ବିଭାଗ ହୋର୍ଡିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । ଜିଲ୍ଲପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଦର ଅହେତୁକ ବୃଦ୍ଧି ହେଲେ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.