ଏହି ଦିନଠୁ ମହିଳାଙ୍କ ଖାତାକୁ ଆସିବ ୮୫୦୦ ଟଙ୍କା, ପ୍ରଥମ କିସ୍ତିର ତାରିଖ କହିଦେଲେ ରାହୁଲ

0

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପ୍ରଚାରରେ ଲାଗିପଡ଼ିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରର ଆରାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି , ଦେଶର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ପ୍ରତ୍ୟେକ ଗରିବ ପରିବାରରୁ ଜଣେ ମହିଳାଙ୍କ ନାମ ଚୟନ କରାଯିବ। ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ଏବଂ ୮୫୦୦ ଟଙ୍କା ଦେଶର କୋଟି କୋଟି ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ।

ସେ କହିଛନ୍ତି, ଇଣ୍ଡିଆ ମେଣ୍ଟ ସାମ୍ନାରେ ଦୁଇଟି ସମସ୍ୟା ରହିଛି। ଗୋଟିଏ ହେଉଛି ଧନୀ-ଗରିବ ଅସମାନତା ଏବଂ ଅନ୍ୟଟି ବେକାରୀ।କଂଗ୍ରେସ ପାର୍ଟି ଏହି ଦୁଇଟି ସମସ୍ୟାର ସମାଧାନ କରିବାକୁ ଯାଉଛି। ଦେଶରେ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ଜୁଲାଇ ୫ରେ ୮୫୦୦ଟଙ୍କା ଦେଶର ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଏବଂ ଏହା ଜୁଲାଇରୁ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.