ନୂଆଦିଲ୍ଲୀ (ଆମ ଟିଭି): ୪ଜି ପରେ ଏବେ ୫ଜିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ଯାହାକି ଟେକ୍ନୋଲଜି ଦୁନିଆରେ ଏକ ବଡ଼ ପରିବର୍ତ୍ତନ। ଯଦି ଆପଣ ଭାବୁଛନ୍ତି ଏହି ୫ ଜି ଆସିବା ପରେ ଆପଣ ଏହାକୁ ବ୍ୟବହାର କରି ପାରିବେନି ତେବେ ତାହା ଭୁଲ୍। କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ୍ ବଜାର ହେଉଛି ଦୁନିଆର ସବୁଠାରୁ ଶସ୍ତା ବଜାର। ଦେଶରେ ୫ ଜି ସେବାର ମୂଲ୍ୟ ମଧ୍ୟ ସୁଲଭ ହେବ, ସାଧାରଣ ଲୋକ ମଧ୍ୟ ୫ଜି ସେବାର ଲାଭ ଉଠାଇ ପାରିବେ। ଆମେରିକା ଏବଂ ୟୁରୋପ ତୁଳନାରେ ବିକିରଣର ସ୍ତର ମଧ୍ୟ ୧୦ ଗୁଣ କମ୍ ହେବ।
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦେଶରେ ୫ଜି ସେବାର ମୂଲ୍ୟ ମଧ୍ୟ ହ୍ରାସ ପାଇବ। ସାଧାରଣ ମଣିଷ ମଧ୍ୟ ୫ଜି ସହଜରେ ବ୍ୟବହାର କରିବାକୁ ସକ୍ଷମ ହେବ। ୫ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଶେଷ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ଯେ ସରକାର ଅଗଷ୍ଟ ୧୨ ସୁଦ୍ଧା ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ସହ ଜଡିତ ସମସ୍ତ କାର୍ୟ୍ୟ ଶେଷ କରିବେ, ଏହା ପରେ ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହୋଇପାରିବ।