ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ; ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟା ଜଳ

0

ଭୁବନେଶ୍ୱର(ଆମ ଟିଭି): କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲେଶ୍ୱର ମାଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନ ମାନଙ୍କରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସେଭଳି କୌଣସି ସୂଚନା ନାହିଁ ।

ତେବେ ଆଜି ମୁଣ୍ଡଳିରେ ହୀରାକୁଦ ପାଣି ପହଞ୍ଚିଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ଏହା ବଢିବ ମଧ୍ୟ । ତେବେ ଏଠାରେ ଜଳ ପ୍ରବାହ ୫.୧୦ ଲକ୍ଷ କ୍ୟୁସେକ୍ସ ମଧ୍ୟରେ ରହିବ । ତେଣୁ ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ।

Leave A Reply

Your email address will not be published.