କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହେଲେ ସସ୍ମିତ ପାତ୍ର

0

ନୂଆଦିଲ୍ଲୀ (ଆମ ଟିଭି): ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚଢି ଚାଲିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଆଉ ବର୍ତ୍ତମାନ ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ମିଳିଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ହେଲେ ସଦସ୍ୟ । ପୂର୍ବରୁ ଆଇନ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି ।

ଖବର ଅନୁଯାୟୀ, ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ୨ୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୮ରେ ସସ୍ମତିଙ୍କ କାର୍ୟ୍ୟକାଳ ସରିବ । ତେବେ ଗତ କିଛି ଦିନ ତଳେ ସସ୍ମତି ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ତାଙ୍କୁ ମିଳିଥିଲେ ଏକ ଗୁରୁଦାୟିତ୍ୱ । ସେ ଆଇନ୍ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ଆଉ ଏକ ନୂଆ ଦାୟିତ୍ୱ ମିଳିଥିବାରୁ ତାଙ୍କୁ ପାଖକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.