ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଭାରତୀୟ ଏୟାରଲାଇନ୍‌ ଭାବେ ଭର୍ଚୁଆଲ ଇଣ୍ଟରଲାଇନ୍‌ ପ୍ଲାଟଫର୍ମର ଶୁଭାରମ୍ଭ

0

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଭାରତୀୟ ଏୟାରଲାଇନ୍‌ ଭାବେ ଭର୍ଚୁଆଲ ଇଣ୍ଟରଲାଇନ୍‌ ପ୍ଲାଟଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଯାତ୍ରୀମାନେ ବୁକିଂର ବ୍ୟାପକ ବିକଳ୍ପ ପାଇପାରିବେ। ଏପରି କି ଏୟାରଲାଇନ୍‌ର ୱେବ୍‌ସାଇଟ୍‌ରେ ବିମାନ ସର୍ଚ୍ଚ କରିବା ବେଳେ ଗ୍ରାହକମାନେ ନୂଆ ପ୍ଲାଟଫର୍ମ ସହ ଯୋଡ଼ିହୋଇପାରିବେ, ଯାହାଦ୍ୱାରା ସେମାନେ କନେକ୍ଟିଂ ବିମାନ ବୁକିଂ କରିବା ବେଳେ ଗୋଟିଏ ପାର୍ଶ୍ୱରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଏବଂ ଅପରପକ୍ଷରୁ ସହଯୋଗୀ ଏୟାରଲାଇନ୍ସର ବିମାନ ବୁକିଂ କରିପାରିବେ। ସେହିଭଳି ଡୋହୋପ୍‌ (ଟ୍ରାଭେଲ୍‌ ସମାଧାନ ପ୍ରଯୁକ୍ତି କମ୍ପାନୀ) ସହ ସହଯୋଗିତାରେ ବିକାଶ କରାଯାଇଥିବା ଭର୍ଚୁଆଲ୍‌ ଇଣ୍ଟରଲାଇନ୍‌ ପ୍ଲାଟଫର୍ମ ‘ଏଆଇଏକ୍ସ କନେକ୍ଟ’ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସଂଯୋଗରେ ଉନ୍ନତି ଆଣି ଯାତ୍ରୀମାନଙ୍କୁ ନିଜେ ଟିକଟ ବୁକିଂ କରିବାରେ ସହାୟକ ହେବ। ଏଥିରେ ପ୍ରଥମ ସହଯୋଗୀ ଭାବେ ସିଙ୍ଗାପୁରର ଏୟାରଲାଇନ୍‌ର ସ୍କୁଟ୍‌ ଯୋଡ଼ି ହୋଇଛି, ଯାହା ଜରିଆରେ ଯାତ୍ରୀମାନେ ଭାରତ ଓ ମଧ୍ୟପ୍ରାଚ୍ୟରୁ ବିଶ୍ୱର ୬୦ଟି ଅନ୍ତର୍ଜାତୀୟ ସ୍ଥାନକୁ ବୁକିଂ କରିପାରିବେ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ବାଣିଜି୍ୟକ ଅଧିକାରୀ ଅଙ୍କୁର ଗର୍ଗ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ମଜଭୁତ କରୁଥିବାବେଳେ ଆମେ ପୂର୍ବ ଏବଂ ପଶ୍ଚିମକୁ ନିରବଚ୍ଛିନ୍ନ ଯୋଗାଯୋଗ ସହିତ ନୂତନ ଗନ୍ତବ୍ୟସ୍ଥଳଗୁଡିକୁ ଯୋଡ଼ିବା ପାଇଁ ଭର୍ଚୁଆଲ ଇଣ୍ଟରଲାଇନ ସହଯୋଗିତାକୁ ଉପଯୋଗ କରୁଛୁ। ଏପରିକି ଆମେ ଏହି ପ୍ଲାଟଫର୍ମରେ ଆମର ପ୍ରଥମ ଏୟାରଲାଇନ୍ସ ପାର୍ଟନର ଭାବେ ସ୍କୁଟ୍‌କୁ ସ୍ବାଗତ କରୁଛୁ ଏବଂ ଅଧିକ ଏୟାରଲାଇନ୍ସ ଚଳାଚଳ କରିବାକୁ ଚାହୁଁଛୁ, ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବୃଦ୍ଧି କରିବ।

ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଦ୍‌ଘାଟନୀ ଇଣ୍ଟରଲାଇନ ପାର୍ଟନର ହୋଇ ଆମେ ଗର୍ବ ଅନୁଭବ କରୁଛୁ। ଏହି ସହଯୋଗିତା କେବଳ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ନାହିଁ, ବରଂ ଭାରତୀୟ ଯାତ୍ରୀମାନଙ୍କୁ ସିଙ୍ଗାପୁର ଏବଂ ଏହା ବାହାରେ ଅଧିକ ବିମାନ ବିକଳ୍ପ ମଧ୍ୟ ପ୍ରଦାନ କରିବ। ଏପରିକି ଗ୍ରାହକଙ୍କୁ ଆମର ବିସ୍ତୃତ ନେଟୱର୍କ ମଧ୍ୟରେ ଆରାମଦାୟକ ଏବଂ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବାକୁ ସ୍କୁଟ୍‌ ପ୍ରତିଶ୍ରୁତିବଦ୍ଧ ବୋଲି ସ୍କୁଟ୍‌ର ମୁଖ୍ୟ ବାଣିଜି୍ୟକ ଅଧିକାରୀ କେଲଭିନ ଚାନ୍‌ କହିଛନ୍ତି।

Leave A Reply

Your email address will not be published.