ଚିନି କିମ୍ୱା ଲୁଣ ଖାଉଥିଲେ ସାବଧାନ!, ଲୁଣ ଓ ଚିନିରେ ରହିଛି ପ୍ଲାଷ୍ଟିକ

0

ନୂଆଦିଲ୍ଲୀ (ଆମ ଟିଭି); ଲୁଣ କିମ୍ୱା ଚିନି ଖାଉଥିଲେ ସାବଧାନ। ଲୁଣ କିମ୍ବା ଚିନି ମାତ୍ରା ଠାରୁ ଅଧିକ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସମସ୍ତେ ଜାଣନ୍ତି । ଏହା ଅଧିକ ମାତ୍ରାରେ ସେବନ ଦ୍ବାରା ମଧୁମେହ, ଶରୀରରେ ଇନଫ୍ଲାମେସନ ସହିତ ଉଚ୍ଚରକ୍ତଚାପ ଏବଂ ହୃଦଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଖାଲି ଯେ ଏତିକି ତାହା ନୁହେଁ ବେଳେ ବେଳେ ଏଥିରୁ କର୍କଟ ରୋଗ ମଧ୍ୟ ହୋଇଥାଏ ।

ଏଭଳି ସ୍ଥିତିରେ ଯଦି କୁହାଯାଏ ଯେ ଲୁଣ ଚିନିରେ ପ୍ଲାଷ୍ଟିକ ମିଶିକି ଆସୁଛି । ଏହା ଶୁଣି ଭୟଭୀତ ହେବା ନିଶ୍ଚିତ । କାରଣ କିଛି ଏମିତି ଏକ ଅଧ୍ୟୟନ ରୁ ଜଣାପଡିଛି ଯେ, ଭାରତୀୟ ବ୍ରାଣ୍ଡ ବା ଭାରତରେ ପ୍ରସ୍ତୁତ ହେଉଥିବା ଲୁଣ କିମ୍ବା ଚିନିରେ ମାଇକ୍ରୋପ୍ଲାଷ୍ଟିକ୍ସ ରହିପାରେ । ଅର୍ଥାତ୍ ଆପଣ ପ୍ରତିଦିନ ଖାଉଥିବା ଲୁଣ ଓ ଚିନିରେ ପ୍ଲାଷ୍ଟିକ୍ ବି ଖାଉଛନ୍ତି । ସେ ବଡ ପ୍ୟାକେଟ ହେଉକି ଛୋଟ ପ୍ୟାକେଟ କି ଭଲ ବ୍ରାଣ୍ଡର ସବୁଥିରେ ମାଇକ୍ରୋପ୍ଲାଷ୍ଟିକର ପରିମାଣ ରହୁଛି । ଯାହା ଶରୀରରେ କର୍କଟ ଜନ୍ମ କରିବାରେ ଏକ ବଡ କାରକ ।

Leave A Reply

Your email address will not be published.