ମନ୍ତ୍ରୀଙ୍କ ବଡ଼ ଘୋଷଣା; ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

0

ଭୁବନେଶ୍ବର (ଆମ ଟିଭି): ରାସନ କାର୍ଡ ଧାରୀଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ । ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଛି । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏପରି ଦାବି ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମନ୍ତ୍ରୀ ଏହା ବି କହିଛନ୍ତି ଯେ, ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ । ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ଲୋକଙ୍କୁ ଯୋଗାଇ ଦିଆଯିବ ।

Leave A Reply

Your email address will not be published.