କ୍ଷୁଣ୍ଣ ହେଲା ଗୃହର ଗରିମା ! ଏମିତି ଆଗରୁ କେବେ ହୋଇନଥିଲା…

0

ବିଧାନସଭାରେ ଅରାଜକତାର ସବୁ ସୀମା ଟପିଲା ବିଜେଡି। ଗୃହର ମର୍ଯ୍ୟାଦାକୁ ଦଳି ମକଚି ଆଜି ଚରମ ବିଶୃଙ୍ଖଳିତ ଆଚରଣ କରିଛନ୍ତି ବିରୋଧୀ ବିଜେଡି ବିଧାୟକ। ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡିର ବିଶୃଙ୍ଖଳିତ ଆଚରଣ କରିଛନ୍ତି। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ଉଦ୍ୟମ କରିଥିଲେ। ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରୁ ହଟ୍ଟଗୋଳ କରିଆସୁଥିଲା ବିଜେଡି।

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ମଧ୍ୟ ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଘଟାଇଥିବା ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।

ବାଚସ୍ପତିଙ୍କ ସିଟ୍ ପାଖକୁ ଯିବାକୁ ମଧ୍ୟ ବିଜେଡି ବିଧାୟକ ଉଦ୍ୟମ କରିଥିଲେ। ସେହିଭଳି ଅନ୍ୟ ଜଣେ ବିଜେଡି ବିଧାୟକ ସିଢି ବାଟ ଦେଇ ମଧ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ।ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମେ ବିରୋଧ କରିଥିଲୁ। ବାଚସ୍ପତିଙ୍କୁ କୌଣସି ଅସମ୍ମାନ କରିନାହୁଁ ବୋଲି ବିଜେଡି ବିଧାୟକ ମାଧବ ଧଡା କହିଛନ୍ତି । ଜବାବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି ବିରୋଧୀ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି। ଏହା ନିନ୍ଦନୀୟ କଥା ବୋଲି ସେ କହିଛନ୍ତି । ସତ୍ୟର ସାମ୍ନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.