ଭୁବନେଶ୍ବର: ଆନୋନିମସ ଫିଲ୍ମସ ଏବଂ କେ.ଏଫ. ଟି. ଆଇ ଦ୍ୱାରା ଆୟୋଜିତ ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟୀନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ l
ସେହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଓଡିଶା ସଂଗଠନ ଅଂଶୀଦାର ଭାବେ କାର୍ଯ୍ୟ କରୁଥିବା ଅନୀଶ ଏଣ୍ଟରଟେନମେଣ୍ଟର ମୁଖ୍ୟ ତପନ ଦାଶ, ମିଡ଼ିଆ ପ୍ଲାନରର ମ୍ୟାନେଜିଂ ଡାଇରେକ୍ଟର ପ୍ରଣୟ ଜେଠୀ, ଏହି ପ୍ରତିଯୋଗୀତାକୁ ସହଯୋଗ କରୁଥିବା ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ କ୍ଷୀରାଦ୍ଦୀ ପଟ୍ଟନାୟକଙ୍କ ମାଆ ରିତୁ ମହାନ୍ତି ଥିଲେ l କ୍ଷୀରାବ୍ଦୀ ଙ୍କର ଏହି ସଫଳତା ପାଇଁ ଅନେକ ପ୍ରଶଂସା ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି l
କଲିକତା ସ୍ଥିତ ଆନୋନିମସ ଫିଲ୍ମସର ପ୍ରତିଷ୍ଠାତ୍ରୀ ପାୟଲ ମୁଖାର୍ଜୀ ଏବଂ କେ.ଏଫ. ଟି. ଆଇ ର ନିର୍ଦ୍ଦେଶିକା ରୁବିୟା ବାନାର୍ଜୀ ଏହି ଗ୍ଲୋବାଲ କ୍ରାଉନ ୨୦୨୬ ର ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ଥିଲେ l
ଗ୍ଲୋବାଲ କ୍ରାଉନ ମୁକୁଟ ପିନ୍ଧାଇବା ପାଇଁ ବିଶ୍ୱ ସ୍ତରୀୟ ଅଡିସନ ମାଧ୍ୟମରେ ୫୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ୨୫ ଜଣ ମିସ୍ ଏବଂ ୨୫ ଜଣ ମିଷ୍ଟ୍ରେସ୍ ବର୍ଗର ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା l ଚୟନ ହୋଇଥିବା ସେହି ୫୦ ଜଣ ପ୍ରତିଯୋଗୀଙ୍କୁ ନେଇ ଅକ୍ଟୋବର ୧ ରୁ ୬ ତାରିଖ କଲିକତାରେ ୬ ଦିନର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ସେମାନଙ୍କ ମଧ୍ୟରୁ ୩୦ ଜଣ ପ୍ରତିଯୋଗୀ ସେମୀଫାଇନାଲକୁ ଚୟନ ହୋଇଥିଲେ ଏବଂ ଗତ ଅକ୍ଟୋବର ୮ ତାରିଖରେ କଲିକତାର ଟାଲିଗଞ୍ଜ କ୍ଲବଠାରେ ଗ୍ରାଣ୍ଡ ଫିନାଲେ ହୋଇଥିଲା l
ମୁଖ୍ୟ ସେଲିବ୍ରିଟି ଜୁରୀ ବିଚାରକ ଭାବେ ନୟନିକା ଚାଟାର୍ଜୀ, ମୁଖ୍ୟ ବିଚାରକ ଭାବେ ପ୍ରସିଦ୍ଧ ବଲିଉଡ ସେଲିବ୍ରିଟି, ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଫେଶନ ଡିଜାଇନର, ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ କ୍ଷୀରାବ୍ଦୀ ପଟ୍ଟନାୟକଙ୍କୁ ଦ୍ଵିତୀୟ ରନର୍ସ ବିଜୟିନୀ ଘୋଷଣା କରିବା ସହିତ ବିଜୟିନୀ ମୁକୁଟ ପିନ୍ଧାଇଥିଲେ l ଓଡିଶା ସଂଗଠନର ଆୟୋଜକ ତପନ ଦାଶ, ପ୍ରଣୟ ଜେଠୀ, ସଚ୍ଚିକାନ୍ତ ଜେନା ଙ୍କ ଦ୍ୱାରା ଆୟୋଜିତ ଏହି ଇଭେଣ୍ଟ ମାଧ୍ୟମରେ ଓଡିଶାର ଅନେକ ପ୍ରତିଭା ସୁଯୋଗ ପାଇଥିଲେ ଏବଂ ସେମାନେ ଅନେକ ଶିକ୍ଷା ପାଇଥିଲେ l ଯାହା ଆଗାମୀ ଦିନମାନଙ୍କରେ ସେମାନଙ୍କୁ ଆଗକୁ ବଢ଼ିବାରେ ସହାୟ ହେବ l