ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ
ମୁମ୍ବାଇ (ଆମ ଟିଭି): ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ ହାଉସ ଦ୍ବାରା ଏକ ଭିଡିଓ ରିଲିଜ କରି ସେ ଏହା ଘୋଷଣା କରିଛନ୍ତି। ଏହି ଭିଡିଓରେ ଥାଲାପତିଙ୍କ ଫିଲ୍ମର ଝଲକ ଦେଖାଯାଇଛି।
ନିକଟରେ ଥାଲାପତି ବିଜୟ ତାଙ୍କର ଶେଷ ଫିଲ୍ମ ‘ଥାଲାପତି ୬୯’ ଘୋଷଣା କରିଛନ୍ତି। ଏହି ଫିଲ୍ମ ରିଲିଜ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’ (ଜିଓଏଟି) ଗତ ସପ୍ତାହରେ ହଲ୍ରେ ମୁକ୍ତିଲାଭ କରିଥିଲା। ରିଲିଜ ହେବା ପରଠାରୁ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୭୭ କୋଟିରୁ ଅଧିକ ଆୟ କରିଛି।