ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

0

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ କିଣାବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ କରିବାକୁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପରିକି ରାଜ୍ୟ ବାହାର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ବୈଠକରେ କୁହାଯାଇଛି। ଏପରିକି ମଣ୍ଡିରେ ଚାଷୀଙ୍କ ଧାନର ମାନ ଥରୁଟିଏ ଯାଞ୍ଚ କରାଯିବ। ଏହା ପୂର୍ବରୁ ମଣ୍ଡି ଓ ମିଲ୍‌ରେ ଧାନର ମାନ ଯାଞ୍ଚ ହେଉଥିଲା।

ଏପରିକି ଚାଷୀଙ୍କ ଧାନ କିପରି ସୂଚାରୁ ରୂପେ କିଣାହେବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ସମ୍ପୃକ୍ତ ଜିଲାର ଜିଲାପାଳ ଧାନ କିଣିବା ସମୟ ସୀମା ବଢ଼ାଇ ପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏପରିକି ମଣ୍ଡିଗୁଡିକୁ ଆଧୁନିକୀକରଣ କରାଯିବ। ଏନେଇ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବୈଠକରେ କୁହାଯାଇଛି।

ଧାନକିଣା ବେଳେ ମନ୍ତ୍ରୀଙ୍କୁ ଜିଲା ଦାୟିତ୍ୱ ଦିଆଯିବ। ପ୍ରତି ମଣ୍ଡି ପାଇଁ ଅଧିକୃତ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ମଣ୍ଡିଗୁଡିକୁ ଜୋନ କରାଯିବ। ଜୋନ୍‌ ଦାୟିତ୍ୱରେ ସୁପରଭାଇଜର ରହିବେ। ଚଳିତ ବର୍ଷ ୮୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ୩୧ଶହ ଟଙ୍କାରେ ଚାଷୀଙ୍କ ଧାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.