ଦୀପାବଳି ପୂର୍ବରୁ କୃଷକଙ୍କୁ ସରକାରଙ୍କ ଭେଟି

0

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ନିଷ୍ପତ୍ତିରେ ମୋହର ମାରିଛନ୍ତି ସରକାର। ଗୋଟିଏ ପଟେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିବା ବେଳେ ଅନ୍ୟପଟେ କୃଷକମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୋଦି ସରକାର। ରବି ଋତୁରେ ଅମଳ ହେଉଥିବା ଫସଲ ଗୁଡ଼ିକର ନୁନ୍ୟତମ ସହାୟତା ମୂଲ୍ୟ(ଏମଏସପି) ବୃଦ୍ଧି କରାଯାଇଛି। ଏଥିରେ ଗହମ କୁଇଣ୍ଟାଲ ପିଛା ୧୫୦ ଟଙ୍କା, ସୋରିଷ ୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧି କରାଯାଇଛି।

ରିପୋର୍ଟ ଅନୁସାରେ ୨୦୨୫-୨୬ ସିଜିନ୍ ପାଇଁ ଏହି ନୁନ୍ୟତମ ସହାୟତା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହା ମୁତାବିକ ଗହମ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି ପାଇ ପ୍ରତି କୁଇଣ୍ଟାଲ ୨୪୨୫ ଟଙ୍କା ହୋଇଛି। ସୋରିଷ ପ୍ରତି କୁଇଣ୍ଟାଲ ୩୦୦ ଟଙ୍କା ବୃଦ୍ଧି ପାଇ ୫,୯୫୦ ଟଙ୍କା ହୋଇଛି। ଚଣା କୁଇଣ୍ଟାଲ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୫୬୫୦ ଟଙ୍କା ହୋଇଛି। ଏହାବାଦ ମସୁର ଉପରେ ୨୭୫ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧିପାଇ ୬୭୦୦ ଟଙ୍କା ପ୍ରତି କୁଇଣ୍ଟାଲ ହୋଇଛି। ସୂର୍ୟ୍ୟମୁଖୀ ଉପରେ କୁଇଣ୍ଟାଲ ପିଛା ୧୪୦ ଟଙ୍କା ବୃଦ୍ଧି ପାଇ ୫୯୪୦ ତାଙ୍କ ହୋଇଛି।

Leave A Reply

Your email address will not be published.