ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୪ (ଓଡ଼ିଶା)ରେ ଶ୍ରେଷ୍ଠ ଚଳଚ୍ଚିତ୍ର ତେଲୁଗୁର ହରିଦ୍ରା , ଶ୍ରେଷ୍ଠ ନିର୍ଦ୍ଦେଶକ ଗୋପାଳ ମେନନ୍, ଶ୍ରେଷ୍ଠ ୱେବ୍ ସିରିଜ୍ ଗ୍ୟାଙ୍ଗସ୍ ଅଫ ପୁରୀ*

0

*ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୪ (ଓଡ଼ିଶା)ରେ ଶ୍ରେଷ୍ଠ ଚଳଚ୍ଚିତ୍ର ତେଲୁଗୁର ହରିଦ୍ରା , ଶ୍ରେଷ୍ଠ ନିର୍ଦ୍ଦେଶକ ଗୋପାଳ ମେନନ୍, ଶ୍ରେଷ୍ଠ ୱେବ୍ ସିରିଜ୍ ଗ୍ୟାଙ୍ଗସ୍ ଅଫ ପୁରୀ

ଇଣ୍ଡିଆନ୍ ଫିଲ୍ମ ମେକର୍ସ ଆସୋସେସନ୍ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୪ ଭୁବନେଶ୍ଵର ଜୟଦେବ ଭବନ ଠାରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି।ଏଥିରେ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ତେଲୁଗୁ ଚଳଚ୍ଚିତ୍ର ସରକାରୁ ନୌକରୀ, କ୍ଷୁଦ୍ର ଚଳଚ୍ଚିତ୍ର ବିଭାଗରେ ତେଲୁଗୁ ଚଳଚ୍ଚିତ୍ର ହରିଦ୍ରା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମାଲାୟାଲାମ ଫିଲ୍ମ “ଇନ୍ ଦି ଲାପ୍” ର ନିର୍ଦ୍ଦେଶକ ଗୋପାଳ ମେନନ୍, ଶ୍ରେଷ୍ଠ ପ୍ରଯୋଜକ ଭାବେ “ଚିତ୍ରଗୁପ୍ତଠୁଦୁ ଭିଆ ଭୋଲ୍ଲକାମ୍ ଟୁର୍” ଚଳଚ୍ଚିତ୍ରର ପ୍ରଯୋଜକ ଦାଡ଼ି ଜନାର୍ଦ୍ଦନ ରାଓ , ଶ୍ରେଷ୍ଠ କ୍ଷୁଦ୍ର ବଙ୍ଗଳା ଭାଷାର”ପରିଜାୟୀ” ସହ ଓଡ଼ିଆ ଶ୍ରେଷ୍ଠ ଚଳଚ୍ଚିତ୍ର ୨୦୨୨ “ପ୍ରତୀକ୍ଷା”,୨୦୨୩ ପାଇଁ ଚଳଚ୍ଚିତ୍ର “ଦମନ”,ଓ ଶ୍ରେଷ୍ଠ ଅଭିନେତ୍ରୀ ଓଡ଼ିଆ ଭାବେ “ଆଭା” ଚଳଚ୍ଚିତ୍ରର ଅଭିନେତ୍ରୀ ସୋନା ମଲ୍ଲିକ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ଜୁରି ଆୱାର୍ଡ଼ ୨୦୨୪ “ଆଭା”ଚଳଚ୍ଚିତ୍ର କୁ ପ୍ରଦାନ କରାଯାଇଥିଲା।ଏଥିସହ ଶ୍ରେଷ୍ଠ ପ୍ରଯୋଜକ ଓଡ଼ିଆ ଅତିସ କୁମାର ରାଉତ “ଭୋଟ” ଚଳଚ୍ଚିତ୍ର ଓ ଶ୍ରେଷ୍ଠ ନାୟିକା ତେଲୁଗୁ ସନ୍ଧ୍ୟାରାଣୀ ରାଭୂପଲ୍ଲି ଚଳଚ୍ଚିତ୍ର “ପଦ୍ମଶ୍ରୀ” କୁ ପ୍ରଦାନ କରାଯାଇଥିବା ବେଳେ ବେଷ୍ଟ ଡକ୍ୟୁମେଣ୍ଟାରି ଫିଲ୍ମ ଭାବେ ଓଡ଼ିଆ ଚଳଚ୍ଚିତ୍ର “ଜାଗା ଆଖଡ଼ା”, ଶ୍ରେଷ୍ଠ ୱେବ୍ ସିରିଜ ୨୦୨୨ ପାଇଁ “ଗାଙ୍ଗସ୍ ଅଫ ପୁରୀ”,୨୦୨୩ ପାଇଁ ଚଳଚ୍ଚିତ୍ର “ବାରଙ୍ଗ ୧୯୯୯” କୁ ପୁରସ୍କୃତ କରାଯାଇଥିଲା।

ପୁରସ୍କାର ଉତ୍ସବ ରେ ନ୍ୟାସନାଲ ପ୍ରେସିଡେଣ୍ଟ ଦିଲ୍ଲୀପ କୁମାର ଏଚଆର,ସାଧାରଣ ସମ୍ପାଦକ ପି ରଘୁନାଥ ରେଡ୍ଡୀ କାର୍ଯକ୍ରମ ରେ ଯୋଗ ଦେଇ ଓଡ଼ିଶାରୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ କୁ ମିଳିଥିବା ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ।ଆସନ୍ତାବର୍ଷ ଏହି କାର୍ଯ୍ୟକ୍ରମକୁ ଆହୁରି ଧୁମଧାମ୍ ରେ ହେବ ବୋଲି ସୂଚନା ଦେଇଥିଲେ। ଉତ୍ସବ ରେ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ପ୍ରଣବ ଦାସ, ପ୍ରଯୋଜକ ଓ ସମ୍ପାଦକ ଗଦାଧର ପୁଟ୍ଟି, ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, କଞ୍ଚାଲଙ୍କା ର ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ,ଚିତ୍ତରଞ୍ଜନ ନାୟକ,ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର ପ୍ରଣୟ ଜେଠି ବିଜେତା ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଇଣ୍ଡିଆନ୍ ଫିଲ୍ମ ମେକର୍ସ ଆସୋସେସନ୍ ୨୦୧୨ ରୁ ଦେଶର ବିଭିନ୍ନ ସ୍ଥାନରେ ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ କରି ପ୍ରଶଂସା ସାଉଁଟିଛି।।।।

Leave A Reply

Your email address will not be published.