ତୁରନ୍ତ ତୋରଣ ଖୋଲ
ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୌଣସି ଦୁର୍ଘଟଣା ନଘଟିବ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ଜିଲା ପ୍ରଶାସନକୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ କାଲି ସୁଦ୍ଧା ଭସାଣି ସାରିବାକୁ କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସବୁ ପୂଜା ମଣ୍ଡପରେ ତୋରଣ ଓ ଅନ୍ୟାନ୍ୟ ସାଜସଜ୍ଜା ଖୋଲିବା ସହ ବୁଧବାର ସୁଦ୍ଧା ମାଙ୍କ ଭସାଣୀ ସାରି ଦେବାକୁ ପୂଜା କମିଟିକୁ ଜିଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।