ଗ୍ରାହକଙ୍କୁ ଶକ୍ତ ଝଟକା, ଧନତେରାସ୍ ପୂର୍ବରୁ ବଢିଲା ସୁନା ରେଟ୍

0

ନୂଆଦିଲ୍ଲୀ (ଆମ ଟିଭି):  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍୭୯,୫୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବଢିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ରେଟ୍ ୭୩,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୭୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।

ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୫୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦୦ ଓ ୧୧୦ ଟଙ୍କା ବଢିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୫୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ପିଛା ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୨,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୫୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରିପିଛା ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି।
Leave A Reply

Your email address will not be published.