ଝାରପଡ଼ା ଜେଲ୍‌ରେ ବାଜିଲା ଆଲାରାମ୍‌; ଜାଣନ୍ତୁ କାହିଁକି?

0

ଭୁବନେଶ୍ୱର (ଆମ ଟିଭି): ଝାରପଡ଼ା ଜେଲ୍‌ରେ ବାଜିଲା ଆଲାରାମ୍‌ । ଜେଲ୍‌ରେ ଗଣ୍ଡଗୋଳ ଲାଗି ବାଜିଲା ଆଲାରାମ୍‌। ବର୍ତ୍ତମାନ ଯାଏଁ ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳୁ ସକାଳୁ ଝାରପଡ଼ା ଜେଲ୍‌ରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି ।

ଝାରପଡ଼ା ଜେଲ୍‌ ମଧ୍ୟରେ କୌଣସି କାରଣକୁ ନେଇ କଏଦୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି । ଯାହାଫଳରେ ଜେଲ୍‌ର ଆଲାରାମ୍‌ ବାଜିଛି । ଆଉ ଆଲାରାମ୍‌ ବାଜିବା କ୍ଷଣି ଆକ୍ସନମୋଡ଼କୁ ଆସିଛନ୍ତି ପୋଲିସ । ବର୍ତ୍ତମାନ ଯାଏଁ ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷ୍ନୀସାଗର ଥାନା ଅଧିକାରୀ ଏବଂ ଜେଲ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

Leave A Reply

Your email address will not be published.