ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବ ୧୫ ଡିସେମ୍ବରରୁ ସୋଆ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ-୨ରେ ଆରମ୍ଭ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପହଞ୍ଚିଛି l
ଦ୍ଵିତୀୟ ଦିନରେ ଏ ବର୍ଗର ୨ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏ ବର୍ଗରେ ୧୯୦୦ ରୁ ଉର୍ଦ୍ଧ୍ୱ ରେଟିଂ ହାସଲ କରିଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l ସେହିପରି ବି’ ବର୍ଗରେ ୧୯୦୦ ରେଟିଂ ତଳକୁ ଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l
ବି’ ବର୍ଗର ୪ ରାଉଣ୍ଡ ମ୍ୟାଚ ଶେଷ ସୁଦ୍ଧା ସୁଧୀର କୁମାର ବେହେରା, ଓଡିଶା, ସୃଜନ ପ୍ରଣୟୀ ରାୟ, ଓଡିଶା, ବିଭାସ କୁମାର ସିହ୍ନା ଝାରଖଣ୍ଡ, ବିଶ୍ୱପ୍ରୀତ ରାୟ, ଓଡିଶା ରୁ ବିଜୟୀ ହୋଇଛନ୍ତି l

ଏହି ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ ମହୋତ୍ସବରେ ସମୁଦାୟ ୨୦ଟି ଦେଶ ଯଥା: ବାଙ୍ଗଲାଦେଶ, ବେଲାରସ, କଲମ୍ବିଆ, ଇଜିପ୍ଟ, ହଙ୍ଗରି, ଇଣ୍ଡୋନେସିଆ, ଭାରତ, ଇସ୍ରାଏଲ, କିର୍ଜିସ୍ତାନ, ମଙ୍ଗୋଲିଆ, ନର୍ଥ ଆମେରିକା, ଋଷିଆ, ସିଙ୍ଗାପୁର, ଶ୍ରୀଲଙ୍କା, ସ୍ଲୋଭାକିଆ, ତୁର୍କମେନିସ୍ତାନ, ୟୁଏସଏ, ଭିଏତନାମା, ଜିମ୍ବାଏ ଭଳି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି l
ଦ୍ଵିତୀୟ ଦିନର ମହୋତ୍ସବରେ ରୋଟାରୀୟାନ ଯଜ୍ଞଶିଷ ମହାପାତ୍ର ଯୋଗଦେଇଥିଲେ l ଅଲ ଓଡ଼ିଶା ଚେସ୍ ସଂଘ ଓ ସୋଆ ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ୧୦ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତା ଡିସେମ୍ବର ୨୨ରେ ଉଦଯାପନ ହେବ। ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟି ଅଧ୍ୟକ୍ଷ ଡଃ ଅବିନାଶ ସାମଲ, ମ୍ୟାନେଜିଂ ଡାଇରେକ୍ଟର, ଏମ୍ପେରିଓ ଗ୍ରୁପ ଏହି ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ ମହୋତ୍ସବକୁ ଅଧିକ ପ୍ରୋତ୍ସାହନ କରିଛନ୍ତି l ଜଣେ ଯୁବ ଉଦ୍ୟୋଗପତି ଭାବରେ ଏହି ମହୋତ୍ସବ ପ୍ରତି ତାଙ୍କର ଅବଦାନ ଅତୁଳନୀୟ l

ମହୋତ୍ସବରେ ରାଜ୍ୟ ଚେସ୍ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆର କ୍ରୀଡ଼ାଅଧିକାରୀ ସୁନିତା ବର୍ମା ଓ ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ I