CBFC ର “ଚୁଟକି-ଚେନାଏ ସ୍ନେହ ମାତୃତ୍ୱର” ଲୋକାର୍ପିତ
(ଆମ ଟିଭି): Central Board of Film Certification ଦ୍ୱାରା ପ୍ରମାଣିତ ଏଇ ୧୦ ମିନିଟ୍ ୪୯ ସେକେଣ୍ଡ ଅବଧିର କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ଲୋକାର୍ପିତ କଲେ, ବିଜେପି, ଓଡିଶାର ଉପସଭାପତି ଶ୍ରୀ ଗୋଲକ ମହାପାତ୍ର । ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ସାହୁ। ଡକ୍ଟର ଅରୁଣ କୁମାର ନାୟକଙ୍କ ଦ୍ୱାରା ରଚିତ, ମହେଶ ହାଜରା ଓ ଡକ୍ଟର ଅରୁଣ କୁମାର ନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ, ଅଂଶୁମାନ ନାୟକ( ଅଂଶୁମାନ କ୍ରିଏଟିଭସ୍ )ଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଶିଶୁ କଳାକାର ପ୍ରଶିଦ୍ଧିଙ୍କ ଅଭିନିତ ଏଇ ଚଳଚ୍ଚିତ୍ରଟି ଉଚ୍ଚକୋଟୀର ବାର୍ତ୍ତା ବହନ କରିବା ସହିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖି ପାରିଥିଲା ।

ଚିତ୍ରୋତ୍ତଳନ ଶ୍ରୀ ପ୍ରଦୀପ ନାୟକ କରିଥିବା ସ୍ଥଳେ ସମ୍ପାଦନା ଦାୟୀତ୍ୱ ତୁଲେଇଛନ୍ତି ସିଦ୍ଧାର୍ଥ ଶଙ୍କର ପଟ୍ଟନାୟକ ।ଏଇ ଶୁଭ ଉନ୍ମୋଚନ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ଓଡିଶା ଯାତ୍ରାଜଗତର ଆଗଧାଡିର ପ୍ରାୟ ସମସ୍ତ ନାଟ୍ୟକାର ନିର୍ଦ୍ଦେଶକ ସଂଗୀତ ନିର୍ଦ୍ଦେଶକ ଏବଂ ଗୀତିକାର ନିଗମ ମିଶ୍ର, ହର ବାରିକ, ଅଶ୍ରୁମୋଚନ ମହାନ୍ତି, ଲାଲାବିରେନ ରାୟ, କିଶୋର ଖଣ୍ଡୁଆଳ, ବିଜୟ ଦାଶ, ଗୋଲକ ମହାରଣା, କୈଳାସ ମଲ୍ଲିକ, ତାପସ ଦାସ, ଗୁରୁପ୍ରସାଦ ମିଶ୍ର, ମଳୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେଚଳଚ୍ଚିତ୍ରଟି ପିତୃମାତୃହରା ଶିଶୁମାନଙ୍କୁବି’ ଚେନାଏ ସ୍ନେହଶ୍ରଦ୍ଧା ଆବଶ୍ୟକ ଓ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏକ ସୁନ୍ଦର ବାର୍ତ୍ତା ବହନ କରୁଛି ।