ଭୁବନେଶ୍ୱର (ଆମ ଟିଭି): ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ରେ ମହିଳାଙ୍କୁ ୩ ଥର ସୁଭଦ୍ରା ଟଙ୍କା ମିଳିବ । ଚତୁର୍ଥ ପର୍ୟ୍ୟାୟ ସହ ମାର୍ଚ୍ଚ ୮ ତାରିଖ ଏବଂ ରକ୍ଷା ବନ୍ଧନରେ ସୁଭଦ୍ରା ଟଙ୍କା ମିଳିବ। ଜାନୁଆରୀ ମାସ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଆଜି ଫିଲ୍ଟ ରିପୋର୍ଟ ଆସିବ ।
ଏବଂ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। କେହି ଯେମିତି ଏଥିରୁ ବଞ୍ଚିତ ନହୁଅନ୍ତୁ , ସେଥିପ୍ରତି ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।