ଆସିଲା ପାସପୋର୍ଟ ରାକିଂ ରିପୋର୍ଟ : ପୁଣି ଭାରତ ପଛରେ ପଡ଼ିଲା ପାକିସ୍ତାନ
ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ହେଲେ ପାସପୋର୍ଟ ବା ଭିସା ଥିବା ଦରକାର । ବିନା ପାସପୋର୍ଟରେ ଯାତ୍ରା କରିବା ସମ୍ଭବ ନୁହେଁ । ପ୍ରତିବର୍ଷ କେଉଁ ଦେଶର ପାସପୋର୍ଟ ରାକିଂ କେତେ ସେନେଇ ବି ରିପୋର୍ଟ ଆସେ । ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଯାଏ କାହାର ପାସପୋର୍ଟ କେତେ ଶକ୍ତିଶାଳୀ । ଆଉ ଏବେ ରାକିଂ ରିପୋର୍ଟ ଆସିବା ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି କି, ଏଥର ବି ସିଙ୍ଗାପୁର ନମ୍ୱର ୱାନରେ ରହିଛି । ଅର୍ଥାତ୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର ବୋଲି ଜଣାପଡ଼ିଛି । ଅବଶ୍ୟ ସିଙ୍ଗାପୁର ପାଇଁ ଏହା ନୂଆ କଥା ନୁହେଁ । ହେଲେ ଏଥର ସିଙ୍ଗାପୁର ଏମିତି ଏକ ଦେଶ ଯିଏ କି କେବଳ ନମ୍ୱର ୱାନରେ ରହିଛି । ପୂର୍ବବର୍ଷ ଏହି ରାଙ୍କରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ସ୍ପେନ ଥିଲେ ।
ଭିସା ରାଙ୍କ ଏହା ଦର୍ଶାଇଥାଏ କି ସେହି ଦେଶକୁ କେତେ ସଂଖ୍ୟାର ଲୋକ ବା କେତେକ ଦେଶର ଲୋକ ବିନା ଭିସାରେ ଯାତ୍ରା କରିପାରିବେ ଏବଂ କେତେ ସଂଖ୍ୟା ବା ଦେଶର ଲୋକ ଭିସା ବିନା ଯାତ୍ରା କରିପାରିବେ ନାହିଁ। ସୂଚନା ଅନୁସାରେ ଯେଉଁ ସିଙ୍ଗାପୁରର ନାଗରିକଙ୍କ ପାଖରେ ପାସପୋର୍ଟ ଥିବ ସେମାନେ ବିନା ଭିସାରେ ୧୯୫ ଦେଶ ଯାତ୍ରା କରିପାରିବେ । ସିଙ୍ଗାପୁର ନମ୍ୱର ୱାନରେ ଥିବା ବେଳେ ଜାପାନ ନମ୍ୱର ୨ରେ ରହିଛି । ତେଣୁ ଜାପାନବାସୀ ୧୯୩ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ସେହିପରି ତୃତୀୟ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ, ଫ୍ରାନ୍ସ , ଜର୍ମାନୀ, ଇଟାଲୀ, ଦକ୍ଷିଣ କୋରିଆ ଓ ସ୍ପେନ । ତେଣୁ ଏମାନଙ୍କ ନାଗରିକମାନେ ୧୯୨ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ୪ର୍ଥ ସ୍ଥାନରେ ରହିଛି, ଅଷ୍ଟ୍ରିଆ, ଡେନମାର୍କ, ଆୟରଲ୍ୟାଣ୍ଡ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ନରୱେ ଓ ସ୍ବିଡେନ୍ ।