ମୃତ ସହଦେବ ନାୟକଙ୍କ ୨ ଝିଅଙ୍କ ପାଠପଢ଼ା ଦାୟିତ୍ୱ ନେଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର(ଆମ ଟିଭି): ଅସହାୟ ପରିବାରକୁ ସହାୟ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୃତ ସଫେଇ କର୍ମଚାରୀ ନେତା ସହଦେବ ନାୟକଙ୍କ ପରିବାରକୁ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ସହଦେବଙ୍କ ପରିବାରକୁ ନବୀନ ୫୦ ହଜାର ଟଙ୍କା ନଗଦ ପ୍ରଦାନ କରିବା ସହ ତାଙ୍କ ଦୁଇ ଝିଅଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି । ସହଦେବ ନାୟକଙ୍କ ପତ୍ନୀ ଓ ଦୁଇ ଝିଅ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ କଠୋର ଶାସ୍ତି ଦାବି ଜଣାଇଛନ୍ତି ।

Leave A Reply

Your email address will not be published.